ବଦମାସ ପୁଅର ପ୍ରେମ କାହାଣୀ - ୧
Bureau report | 04 Aug 2025 | 8 min read | 22 views
ଭୁବନେଶ୍ୱର ( ପି.ଏନ. ଏସ ) : ପାଠକ ବନ୍ଧୁ ଆମେ ଆପଣଙ୍କ ନିକଟକୁ ଆଜି ନେଇକି ଆସିଛୁ ଏକ ସ୍ୱତନ୍ତ୍ର ଧାରାବାହିକ | ଯାହା ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିଲେ ମଧ୍ୟ ଅଳ୍ପ କିଛି କାଳ୍ପନିକ ଯୋଡ଼ା ଯାଇଛି | ଏହା ଏମିତି ଏକ ଧାରାବାହିକ ନିଶ୍ଚିନ୍ତ ଭାବେ ଆପଣଙ୍କ ହୃଦୟ କୁ ଛୁଇଁବ ଏବଂ ପସନ୍ଦ ଆସିବ ବୋଲି ଆମର ଆଶା | କେମିତି ଏ କଳିଯୁଗରେ ଜଣେ ପୁଅ ଜୀବନରେ ଏତେ ପରିବର୍ତ୍ତନ ଆସୁଛି ତାହା ଆପଣ ସହଜରେ ବିଶ୍ୱାସ କରି ପାରିବେ ନାହିଁ | ତେବେ ଆରମ୍ଭ କରୁଛୁ ଆମର ପ୍ରଥମ ଅଧ୍ୟାୟ......
ଆକାଶ (ଛଦ୍ମନାମ ) ବୟସ ପାଖାପାଖି କୋଡିଏ ଚିନ୍ତାଧାରା ଅତ୍ୟନ୍ତ ଖଳ ପ୍ରକୃତିର, ନା କାହା ପ୍ରତି ଦୟା ଅଛି ନା କାହାର ଚିନ୍ତା ଅଛି | ନିଜ ମନର ରାଜା ସେ | କିଏ ମଲେ କେତେ କି ହଜିଲେ କେତେ ତାର କିଛି ଯାଏ ଆସେ ନାହିଁ | ଦୁଷ୍ଟ ଲୋକଙ୍କ ସହିତ ମିଶିବା ରାତି ଅଧଯାଏ ବୁଲିକି ବିଳମ୍ବିତ ରାତିରେ ଘରକୁ ଫେରିବା ସେ ପୁଣି ବିଭିନ୍ନ ନିଶା ସେବନ କରି ଯେତେବେଳେ ଯାହା ମିଳିଲା | ମାତ୍ର କୋଡିଏ ବର୍ଷରୁ ଏତେ ଉତଶୃଙ୍ଖଳ ହୋଇଯାଇଥିଲା ଯେ କେହି ତା ଉପରେ ବିଶ୍ୱାସ କରୁନଥିଲେ | ମନ ହେଲେ କାହା କଥା ଶୁଣୁଥିଲା ନହେଲେ ନାହିଁ ବାକି ରହିଲା ପରିବାର | ପରିବାର କହିଲେ ବାପା ମା ଓ ଆକାଶ କୁ ମିଶେଇ ଦୁଇ ଭାଇ ଆଉ ଗୋଟିଏ ଭଉଣୀ | ଆକାଶ ବଡ଼, ତା ତଳେ ଭଉଣୀ ଓ ଆଉ ଗୋଟେ ଭାଇ ଭଉଣୀ ଠୁ ସାନ | ଗୋଟିଏ କିନ୍ତୁ ଆକାଶ ର ଭଲ ଗୁଣ ଥିଲା | ସେ ସିନା କାହାକୁ ମାନେନି ତା ଭଉଣୀ ଭାରି ଭଲ ପାଏ ସେ ଯାହା କହେ ଆକାଶ ଠିକ ସେଇଆ କରେ ପ୍ରତିଦିନ ଭଉଣୀ ସାଙ୍ଗରେ ଟିକେ ନ ଲାଗିଲେ କି ତାକୁ ଟିକେ ନ ଚିଡ଼େଇଲେ ତାକୁ ଦିନ ସାରା ଜମା ଭଲ ଲାଗେନି | ଆଉ ବୋଉ ର ସେ ଭାରି ଗେଲ୍ହା ଏବଂ ବାପାଙ୍କୁ ସେ ଡରେ ଆଉ ବାକି ରହିଲା ସାନ ଭାଇ ସେ ତ ସ୍କୁଲରେ ପଢୁଥାଏ ତାର ଯାଏ କେତେ ଆସେ କେତେ ହେଲେ ଯେତେବେଳେ ଯାହା ଦରକାର ପଡେ ସେ ଭାଇ କୁ ମାଗିଲେ ତାକୁ ମିଳିଯାଏ ଏଇ ହେଲା ତା ପରିବାର | ବାପା ଗୋଟେ କମ୍ପାନୀରେ ଚାକିରୀ କରନ୍ତି ମା ଗୃହିଣୀ ଆଉ ଭଉଣୀ ପ୍ରଥମ କରି କଲେଜ ଯାଉଥାଏ ଏଇ ହେଲା ଆକାଶ ର ପରିବାର................ ଆଜି ଏତିକି ପରବର୍ତ୍ତୀ ଅଧ୍ୟାୟ ରେ ପୁଣି ଆଗକୁ ବଢିବା